ସୁକଲ୍ଆତ୍ମା ଆଇବାଟା
1 ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ । 2 ଅଟାତ୍ ଆକାସେଅନି ବେସି ପବନ୍ ଆଇଲାପାରା ଗଟେକ୍ ସବଦ୍ ଅଇଲା । ଆରି ଜନ୍ ଗରେ ସେମନ୍ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍ ଅଇଲା । 3 ତାର୍ପଚେ ସେମନ୍ ଦେକ୍ଲାଇ, କେତେଟା ଜଇଜିବ୍ ଉଦ୍ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍ବାସିମନ୍କେ ଚିଇଲା । 4 ସେମନ୍ ସବୁଲକ୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲାଇ ଆରି ଆତ୍ମା ଦେଲା ବପୁ ଇସାବେ ନାଜାନ୍ଲା ବାସାମନର୍ ସଙ୍ଗ୍ କାତା ଅଇବାର୍ ଦାର୍ଲାଇ ।
5 ଜଗତର୍ ବିନ୍ ବିନ୍ ଦେସେଅନି ଆସିରଇଲା ଜିଉଦି ଲକ୍ମନ୍ ସେଡ୍କିବେଲେ ଜିରୁସାଲମେ ରଇଲାଇ ।