ପିତର୍ କବର୍ ଜାନାଇବାଟା
14 ପିତର୍ ତାର୍ ସଙ୍ଗ୍ ରଇଲା ଏଗାର୍ଟା ପେରିତ୍ ମନର୍ ସଙ୍ଗ୍ ଟିଆଅଇ ଆଉଲି ଅଇ କଇଲା, "ଏ ମର୍ ପାରା ଜିଉଦି ଲକ୍ମନ୍ ଆରି ଜିରୁସାଲମେ ରଇବା ସବୁ ବାଇମନ୍, ମର୍ କାତା ମନ୍ଦେଇ ନିମାନ୍ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍କେ ବୁଜାଇ କଇବି । 15 ଏବେ ସାକ୍ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍ଲାପାରା ଏ ଲକ୍ମନ୍ ମାତତ୍ ନାଇ । 16 ଏଟା ଜଏଲ୍ ନାଉଁର୍ ବବିସତ୍ବକ୍ତା କଇଲା କାତା ପାରା ଗଟ୍ନା ଗଟି ଆଚେ ।"
17 ସେଟା କାଇଟା ବଇଲେ ପର୍ମେସର୍ କଇଲାନି,
"ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି ।
ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି ।
ତମର୍ ପିଲାଜିଲା ମୁଇ କଇବା କାତା କଇବାଇ ।
ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି ।
ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।