ଗଟେକ୍ ଚଟା ନିକ ଅଇଲା
1 ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା । 2 ତେଇ ଗଟେକ୍ ଲକ୍ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍ ଲକ୍ମନ୍ ବଇକରି ସୁନ୍ଦର୍ ବଲି କଇବା ମନ୍ଦିରର୍ ଡିଆଗଡି, ନିଆ ଆନା କର୍ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍ମନ୍କେ ବିକ୍ ମାଙ୍ଗି ପାର୍ସି । 3 ପିତର୍ ଆରି ଜଅନ୍ ମନ୍ଦିର୍ ବିତ୍ରେ ପୁର୍ବାଟା ଦେକି ସେ ସେମନ୍କେ କାଇଟା ମିସା ଦିଆ, ବଲି ବିକ୍ମାଗ୍ଲା । 4 ପିତର୍ ଆରି ଜଅନ୍ ତାକେ ନିମାନ୍କରି ତିରିଆଇ ଦେକ୍ଲାଇ ଆରି ପିତର୍ କଇଲା, "ଆମର୍ ବାଟେ ଦେକ୍ !" 5 ସେ କାଇଟାଆଲେ ପାଇବା ଆସାଇ ସେମନର୍ ବାଟେ ମୁ ବୁଲାଇ ଦେକ୍ଲା । 6 ମାତର୍ ପିତର୍ ତାକେ କଇଲା, "ମର୍ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍ ଜିସୁର୍ ନାଉଁଦାରି ମୁଇ ଆଦେସ୍ ଦେଲିନି, ଉଟ୍ ଆରି ଇଣ୍ଡ୍ !" 7 ଏନ୍ତି କଇକରି ପିତର୍ ତାକେ ଉଜା ଆତ୍ ଦାରି ଉଟାଇଲା, ସେ ଦାପ୍ରେ ସେ ଲକର୍ ପାଦ୍ ଆରି ଗଡ୍ ସବୁ ଡାଟ୍ ଅଇଲା । 8 ସେ ଚିକାଲ୍ନା ଡେଗଇକରି ଉଟ୍ଲା ଆରି ଇଣ୍ଡ୍ବାର୍ ଦାର୍ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍ମେସରର୍ ଡାକ୍ପୁଟା କରିକରି ତାକର୍ ସଙ୍ଗ୍ ମନ୍ଦିରେ ଗାଲା । 9 ତେଇ ରଇବା ଲକ୍ମନ୍ ତାକେ ଇଣ୍ଡ୍ବାଟା ଆରି ପର୍ମେସର୍କେ ଡାକ୍ପୁଟା କର୍ବାଟା ଦେକ୍ଲାଇ । 10 ମନ୍ଦିରର୍ ସୁନ୍ଦର୍ ନାଉଁର୍ ଡିଆଗଡି ବସି ରଇଲା ମାଙ୍ଗ୍ତିଆ ବଲି ଚିନ୍ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।