3 ପିତର୍ ତାକେ କଇଲା, "ଅନନିୟ ତୁଇ କେନ୍ତି ସଇତାନର୍ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍ ନିଜର୍ ପାଇ ସଙ୍ଗଇକରି ସୁକଲ୍ ଆତ୍ମାର୍ ମୁଆଟେ ମିଚ୍ କଇଲୁସ୍ ? 4 ବିକ୍ବା ଆଗ୍ତୁ ସେ ଜମି ତମର୍ ରଇଲା । ବିକ୍ଲା ପଚେ ମିସା ସେ ଡାବୁ ତମର୍ଟାସେ । ଏନ୍ତି କାମ୍ କର୍ବାକେ କାଇକେ ମନ୍ କଲୁସ୍ ? ତୁଇ ଲକ୍ମନ୍କେ ନାଡାଉସ୍ ନାଇ ମାତର୍ ପର୍ମେସର୍କେ ନାଡାଇଆଚୁସ୍ ।"