42 ସେଟାର୍ପାଇଁ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ,
"ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ
ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ ।
ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
43 ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ ।
ରେପାନ୍ ତାରାର୍ ପୁତ୍ଲା ମିସା ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ ।
ଏ ସବୁଜାକ ପୁତ୍ଲାମନ୍କେ ତମେ ପୁଜାବିଦି କର୍ବାକେ ବନାଇରଇଲାସ୍ । ସେଟାର୍ପାଇଁ ମୁଇ ତମ୍କେ ତମର୍ ନିଜର୍ ଦେସେଅନି ବାବିଲନ୍ ଦେସର୍ ତେନ୍କେ ନେବାକେ ଜଜ୍ନା କର୍ବି ।"