51 ତିପାନ୍ ଆରି କଇଲା, "ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।" ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି । 52 ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।