32 ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା,
"ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ,
ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି,
ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।
33 ଲକ୍ମନ୍ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇ
ତାର୍ କୁଟୁମର୍ ଲକର୍ ବିସଇ, କେ କଇ ନାପାରତ୍,
କାଇକେବଇଲେ ମଚ୍ପୁରେ ତାର୍ ଜିବନ୍ ସାରିଗାଲା ଆଚେ ।"
34 ବାଣ୍ଡାର୍ଗରିଆ ପିଲିପ୍କେ ପାଚାର୍ଲା, "ମୁଇ ତକେ ଗୁଆରି କଲିନି । ବବିସତ୍ବକ୍ତା କାର୍ ବିସଇ କଇଲାନି, ମକେ କୁଆ । ତାର୍ ନିଜର୍ ବିସଇ କି ଆରି କାର୍ ବିସଇ ?" 35 ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା ।