5 ସେମନର୍ ବିତ୍ରେଅନି ପିଲିପ୍ ବଲି ଗଟେକ୍ ଲକ୍ ସମିରଣର୍ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍ମନ୍କେ ମସିଅ କଇରଇବା କାତା ଜାନାଇଲା । 6 ପିଲିପ୍ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍ମନ୍ ସବୁ ଦେକି ଲକ୍ମନ୍ ତାକେ ଅଦିକ୍ ମନ୍ଦିଆନ୍ ଦେଇ ସୁନ୍ବାର୍ ଦାର୍ଲାଇ । 7 କେତେ କେତେ ଲକ୍ମନର୍ ଟାନେଅନି ଡୁମାମନ୍ କିର୍କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍ ରଗି ଆରି ଆତ୍ ଗଡ୍ ନ ଆଇବାଟାମନ୍ ନିକ ଅଇଗାଲାଇ । 8 ଏଟାର୍ ପାଇ ସେ ନଅର୍ ସାଇସାର୍ଦା ଅଇରଇଲା ।