21 ଗଟେକ୍ ବେଲାଇ ତମେ ପର୍ମେସରର୍ ଟାନେଅନି ବେଗ୍ଲି ରଇଲାସ୍ । ତମେ କରିରଇବା ଆରି ମନେ ବାବିରଇବା କାରାପ୍ ବିସଇର୍ ଲାଗି ତାର୍ ସତ୍ରୁ ଅଇରଇଲାସ୍ । 22 ମାତର୍ ଏବେ କିରିସ୍ଟ ନର୍ ରୁପ୍ ନେଇ ମଲାର୍ ପାଇ ସେ ତମ୍କେ ତାର୍ ମୁଆଟେ ସାନ୍ତି ସଙ୍ଗ୍ ଆଇବାକେ ଟିକ୍ କଲାଆଚେ । ତମେ ତାର୍ ମୁଆଟେ ଟିଆଅଇଲାବେଲେ ତମ୍କେ ପୁରାପୁରୁନ୍ ସୁକଲ୍ ଇସାବେ କାଇ ପାପ୍ ନ କରି, କାଇ ନିନ୍ଦା ନ ରଇଲା ଲକର୍ପାରା ସେ ଦେକ୍ସି । 23 ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
Publicidade
Publicidade