କିରିସ୍ଟର୍ଟାନେ ଗଟେକ୍
11 ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ । 12 ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ । 13 ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ ।