14 କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ । 15 ୨:୧୫ କଲସିଅ ୨:୧୪ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
Publicidade