16 ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି । 17 ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା । 18 ମୁଇ ପାର୍ତନା କଲିନି ତମେ ପର୍ମେସରର୍ ଲକ୍ମନର୍ ସଙ୍ଗ୍ ମିସିକରି କିରିସ୍ଟର୍ ଆଲାଦ୍ ବୁଜ୍ବାକେ ବପୁ ପାଇସା । ତାର୍ ବଡ୍ ଆଲାଦ୍ ସଙ୍ଗ୍ ସେ ଆମ୍କେ ଆଲାଦ୍ କଲା ଆଚେ । 19 ଉଁ, ନର୍ଲକ୍ ବୁଜ୍ବା ତେଇଅନି ଅଦିକ୍ କିରିସ୍ଟ ଆମ୍କେ ଆଲାଦ୍ କଲା ଆଚେ, ସେ ଆଲାଦ୍ ତମେ ଜାନା ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ତମର୍ ଚାଲାଚାଲ୍ତି ପରମେସରର୍ ପାରା ଅଇ ଆଇସି ।