11 ସେ ଆକା କେତେ ଲକ୍ମନ୍କେ ପେରିତ୍ ଅଇବାକେ, କେତେଲକ୍କେ ବବିସତ୍ କାତା କଇବାକେ, କେତେଲକ୍କେ ସୁବ୍କବର୍ ଜାନାଇବାଟା ଅଇବାକେ, କେତେଲକ୍କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍କେ ସିକାଇବାକେ ବପୁ ଦେଇ ବାଚ୍ଲାଆଚେ । 12 ପର୍ମେସରର୍ ଲକ୍ମନ୍ ଜେନ୍ତାରି କି ତାକେ ସେବା କରିପାରତ୍, ତାର୍ଲାଗି ଏ ସବୁ ଦାନ୍ ତାର୍ ଲକ୍ମନ୍କେ ଦେଲା । ଏନ୍ତାରି ଅଇ କିରିସ୍ଟର୍ ଗାଗଡ୍ ପାରା ଅଇବା ବିସ୍ବାସିମନ୍ ବପୁ ଅଇ ସିଦ୍ ଅଅତ୍ ।