15 ମାତର୍ ତାର୍ ବାଦୁଲେ ଆମେ ପର୍ମେସରର୍ ସତ୍ ବିସଇର୍ ଆଲାଦ୍ ଜାନାଉଁ । ସେନ୍ତାରି ମୁଣ୍ଡ୍ ଇସାବେ ରଇବା କିରିସ୍ଟର୍ ପାରା ଆମେ ସବୁ ବିସଇତେଇ ସିଦ୍ ଅଇ, ତାର୍ ପାରା ଅଇବୁ ।
16 ୪:୧୬ କଲସିଅ ୨:୧୯ କାଇକେବଇଲେ କିରିସ୍ଟ ତାର୍ ସବୁ ଲକ୍ମନ୍କେ ମିସାଇକରି ସଙ୍ଗଇ ଆଚେ । ଗଟେକ୍ ଗାଗଡର୍ ସନ୍ଦି ଜେନ୍ତିକି ସେ ଗାଗଡର୍ ସବୁ ବାଗ୍କେ ମିସାଇକରି ସଙ୍ଗଇସି, ସେନ୍ତାରିସେ ଗାଗଡର୍ ଗଟେକ୍ ଗଟେକ୍ ବାଗ୍ ନିଜର୍ ନିଜର୍ କାମ୍ କଲେ, ଗୁଲାଇ ଗାଗଡ୍ ବଡିକରି ବପୁ ଅଇସି ।