ଉଜଲର୍ ଜିବନ୍
1 ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା । 2 ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।