19 ୫:୧୯ କଲସିଅ ୩:୧୬,୧୭ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା । 20 ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ମାଇଜି ମୁନୁସ୍
21 କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।