କିରିସ୍ଟର୍ ଦରମ୍ ଆରି ଡାକ୍ପୁଟା
1 ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ, 2 ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ ।