3 ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ । 4 ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ । 5 କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
Publicidade
Publicidade