6 କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି । 7 ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି । 8 ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ । 9 ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
Publicidade
Gálatas 1
ଗଟେକ୍ ସେ ସୁବ୍କବର୍