ଆନ୍ଟିଅକ୍ତେଇ ପାଉଲ୍ ପିତର୍କେ ମନାକର୍ବାଟା
11 ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା । 12 ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା । 13 ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା । 14 ସବୁର୍ ମୁଆଟେ ମୁଇ ପିତର୍କେ କଇଲି, "ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି ?"