ପଅର୍ ଲାଗି ମାପ୍ରୁର୍ ବାକିଅ
1 ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା । 2 ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ ।