1 ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା । 2 ସେନ୍ତାରି ଜନ୍ ଲକ୍ମନ୍ ପର୍ମେସର୍କେ ଉପାସନା କର୍ତେରଇଲାଇ, ଜଦି ସେମନ୍ ତାକର୍ ପାପେ ଅନି ସୁକଲ୍ ଅଇତାଇ, ତେବେ ସେମନ୍କେ ତାକର୍ ପାପ୍ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା । 3 ମାତର୍ ସବୁ ବରସେ ସେ ସମାନ୍ ବେଲାଇ ବଲି ସର୍ପିଦେବାଟା କର୍ବାକେ ପଡ୍ଲା । ସେମନର୍ ପାପ୍ ରଇଗାଲା ଆଚେ ବଲି ସେମନ୍ ତେଇଅନି ଜାନ୍ଲାଇ । 4 କାଇକେବଇଲେ ବଲଦ୍ମନର୍ ଆରି ଚେଲିମନର୍ ବନି କେବେ ମିସା ଆମର୍ ପାପ୍ ଦାରି ନ ନେଏ ।
Publicidade
Publicidade