17 ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ଜେଡେବେଲେ ପର୍ମେସର୍ ତାକେ ପରିକା କଲା, ସେ ତାର୍ ପଅକେ ବଲି ଇସାବେ ସର୍ପି ଦେଲା । ମାତର୍ ପର୍ମେସର୍ କାତା ଦେଇରଇଲାଟାନେ ଅବ୍ରାଆମର୍ ବିସ୍ବାସ୍ ଡାଁଟ୍ ରଇଲା । ଆରି ସେ ତାର୍ ଗଟେକ୍ ବଲି ପଅ ଇସାକ୍କେ ବଲି ଇସାବେ ଦେବାକେ ରାଜି ରଇଲା । 18 ତାର୍ ପଅ ଇସାକର୍ ଲାଗି, ତାର୍ ନାତିତିତିମନ୍ ଜବର୍ ଅଇଜିବାଇ ବଲି ପର୍ମେସର୍ ତାକେ କାତା ଦେଇରଇଲା । 19 ଜଦି ଇସାକ୍ ମରିଗାଲେ, ପର୍ମେସର୍ ତାକେ ଜିବନ୍ କରି ଉଟାଇପାର୍ସି ବଲି ଅବ୍ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍ ଅଇକରି ପାଇଲା ପାରା ସେ ରଇଲା ।