24 ମସା ତାର୍ ବିସ୍ବାସର୍ ଲାଗି, ସେ ବଡ୍ ଅଇଲାକେ ରାଜାର୍ ଜିଇର୍ ପିଲା ବଲାଇଅଇବାକେ ମନ୍ କରି ନ ରଇଲା । 25 ଚନେକର୍ପାଇ ସାର୍ଦା ଦେବା ପାପ୍ କର୍ବାତେଇଅନି, ପର୍ମେସରର୍ ଲକ୍ମନର୍ ସଙ୍ଗ୍ କସ୍ଟ ଅଇରଇବାଟା ଅଦିକ୍ ନିକ ବଲି ସେ ବାବ୍ଲା । 26 ମସିଅର୍ ଲାଗି ଲାଜ୍ପାଇ ମୁର୍ଚିକରି ରଇବାଟା ମିସର୍ ଦେସେଅନି ମିଲାଇରଇବା ବଡ୍ ଦନ୍ ସଁପତିତେଇଅନି ଅଦିକ୍ ନିକଟା ବଲି ସେ ବାବ୍ଲା । ଆଇବା ଦିନ୍ମନ୍କେ ମିଲାଇବା ପୁରୁସ୍କାର୍ଟାନେ ସେ ଆଁକିପାକାଇ ରଇଲା ।