ପର୍ମେସର୍କେ ସନ୍ତୁସ୍କରୁ
1 କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ । 2 ନ ଚିନ୍ଲା ଲକ୍ମନ୍କେ ମିସା ତମର୍ ଗର୍ମନ୍କେ ଡାକିନିଆ । କାଇକେବଇଲେ କେତେଲକ୍ ନାଜାନିକରି ସେନ୍ତାରି ଦୁତ୍ମନ୍କେ ଡାକିନେଲାଇ । 3 ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ ।