10 ପର୍ମେସର୍ ସବୁ ବିସଇ ତିଆର୍କରି ସଙ୍ଗଇଲା ଆଚେ । ସେଟାର୍ପାଇଁ ଜିସୁକେ ଦୁକ୍ କସ୍ଟ ପାଇବାକେ ସେ ଦେଲା । ଏନ୍ତାରି ଅଇ ସେ ସିଦ୍ ଅଇଲା ଆରି ଆମର୍ ବିତ୍ରେଅନି ବେସି ଲକ୍, ତାର୍ ପଅ ଅଇଗାଲୁ । ଜେନ୍ତାରି କି ଆମେ ମିସା ତାର୍ ମଇମା କଲାଟାନେ ମିସ୍ବୁ, କାଇକେବଇଲେ ଜିସୁ ପାପର୍ ଡଣ୍ଡେଅନି ଆମ୍କେ ମୁକ୍ଲାଇଲା ।
11 ସେ ଆମ୍କେ ପାପେ ଅନି ସୁକଲ୍ କଲାଆଚେ । ଆରି ଆମେ ଜେ କି ସୁକଲ୍ ଅଇଆଚୁ, ଆରି ଜେ କି ଆମ୍କେ ସୁକଲ୍ କରିଆଚେ, ନର୍ଲକ୍ମନର୍ ଗଟେକ୍ ସେ ବାବା । ଏଟାର୍ଲାଗି ଜିସୁ ସେମନ୍କେ ବାଇବଇନି ବଲିକରି କଇବାକେ ଲାଜ୍ ଅଏ ନାଇ । ମାତର୍ ତାର୍ କୁଟୁମ୍ ବଲି ଡାକ୍ସି ।