4 କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ । 5 ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ । 6 ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇଁ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।