1 ପର୍ମେସରର୍ ପର୍ତୁମ୍ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍ବାର୍ ଆଚେ ବଲି ନିୟମ୍ ରଇଲା । ତାକେ ଏ ଜଗତେ ଉପାସନା କର୍ବାକେ ଗଟେକ୍ ତୁମ୍ ଉଟାଇରଇଲା । 2 ଏ ତୁମ୍ଟାନେ ଦୁଇଟା ଜାଗା ରଇଲା । ପର୍ତୁମ୍ ଜାଗାକେ ସୁକଲ୍ ଜାଗା ବଲି ନାଉଁ ରଇଲା । ସେ ବିତ୍ରେ ବତିସଙ୍ଗଇବା କୁଦ୍ରା ଆରି ପର୍ମେସର୍କେ ସର୍ପିଦେବାକେ ରୁଟି ସଙ୍ଗଇବା ଗଟେକ୍ ଟେବୁଲ୍ ରଇଲା । 3 ସେ ଜାଗାଇ ପୁର୍ବା ବାଟେ ଗଟେକ୍ ପାର୍ଦା ରଇଲା । ପାର୍ଦାର୍ ପଚ୍ବାଟେ ଜନ୍ ଜାଗା ରଇଲା, ତାକେ ବଡ୍ ସୁକଲ୍ ଜାଗା ବଲି କଇତେ ରଇଲାଇ । 4 ସେ ବଡ୍ ସୁକଲ୍ ଜାଗାଇ ଗଟେକ୍ ଦୁପ୍ ପଡାଇବା ସୁନାର୍ ବେଦି ଆରି ସୁନାର୍ ନିୟମ୍ ପେଡି ରଇଲା । ଏ ନିୟମ୍ ପେଡି ବିତ୍ରେ, ମାନା ରଇବା ଗଟେକ୍ ସୁନାର୍ ଆଣ୍ଡି ରଇଲା । ତେଇ ପତର୍ କଅଁଲି ରଇବା ଆରଣ୍ ଦାରି ଇଣ୍ଡ୍ବା ଡାଙ୍ଗ୍ ରଇଲା । ଆରି ପରମେସରର୍ ଆଦେସ୍ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍ନା ମିସା ରଇଲା । 5 ପେଡିର୍ ଡାବ୍ନା ଉପ୍ରେ ପର୍ମେସର୍ ଆଚେ ବଲି ଚିନ୍ ଇସାବେ କେରୁବିନ୍ ବଲି ଡାକ୍ବା ଦୁଇଟା ଡେନା ରଇଲା ଜଁତୁର୍ ମୁର୍ତି ରଇଲା । ତାକର୍ ଉଗାଡିଅଇରଇବା ଡେନା ପେଡିର୍ ଡାବ୍ନା ଉପ୍ରେ ଡାବିଅଇଜାଇରଇଲା । ତାର୍ ଉପ୍ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍ମନର୍ ପାପ୍କେମା ଅଇଜିବାକେ । ମାତର୍ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
Publicidade
Hebreus 9
ସରଗ୍ ଆରି ମଚ୍ପୁରର୍ ପାର୍ତନା