16 ଗଟେକ୍ ଲକ୍ ଜଦି ତାର୍ ଦନ୍ ସଁପତି ବାଗ୍ ବାଟା କର୍ବା ବିସଇର୍ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍ ନାଉଁଦାରି ରାଜିନାମା ପାଆଟା ପତର୍ ରଇବାର୍ ଆଚେ । ସେ ମରିଗାଲାପଚେ ତାର୍ଟା ଜାନାପଡ୍ବାର୍ ଆଚେ । 17 କାଇକେ ବଇଲେ ବାଗ୍ବାଟା ଲେକିରଇଲା ଲକ୍ ବଁଚି ରଇଲା ଜାକ, ବାଗ୍ବାଟାର୍ କାଗଜ୍ ପତରର୍ କିଚି ମୁଲିଅ ନାଇ । ସେଟା ତାର୍ ମରିଗାଲା ପଚେ ସେ କାମ୍ ଦେଇସି । 18 ସେନ୍ତାରିସେ, ପର୍ତୁମ୍ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍ ମୁଲିଅ ରଇଲା । 19 ମସା ପର୍ତୁମ୍ ନିୟମର୍ ଆଦେସ୍ ଲକ୍ମନର୍ ଲଗେ କଇଲା । ତାର୍ପଚେ ସେ ବଲଦ୍ ଆରି ଚେଲିମନର୍ ବନି ନେଇ ପାନି ସଙ୍ଗ୍ ମିସାଇଲା । ତାର୍ପଚେ ଅଲପ୍ ମେଣ୍ଡାର୍ ବାଲେ ଏସୁବ୍ ନାଉଁର୍ ଗଚର୍ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍ ବଇତେଇ ଆରି ଲକ୍ମନର୍ ଉପ୍ରେ ଚିଚ୍ଲା । 20 ସେ କଇଲା, ଜନ୍ ନିୟମ୍ ମାନ୍ବାକେ ପରମେସର୍ ତମ୍କେ ଆଦେସ୍ ଦେଲାଆଚେ, ଏ ବନି ସେ ନିୟମ୍କେ ଚିନ୍ ମାରିଆଚେ ।
Publicidade
Publicidade