ଲାଜାରର୍ ମରନ୍
1 ୧୧:୧ ଲୁକ୍ ୧୦:୩୮,୩୯ ବେତ୍ନିଆ ଗଡେ ଲାଜାର୍ ନାଉଁର୍ ଗଟେକ୍ ଲକ୍କେ ଜର୍ ଅଇରଇଲା । ମରିୟମ୍ ଆରି ତାର୍ ବଇନି ମାର୍ତା ସେ ଗାଏଁ ରଇଲାଇ । 2 ୧୧:୨ ଜଅନ୍ ୧୨:୩ଏ ମରିୟମ୍ ଅଇଲାନି, ଜନ୍ ମାଇଜି କି ବେସି ଦାମ୍ଦେବା ବାସ୍ନା ଚିକନ୍ ଜିସୁର୍ ପାଦେ ରକଇକରି ତାର୍ ଚେଣ୍ଡିସଙ୍ଗ୍ ପୁଚିଦେଇରଇଲା । ତାର୍ ବାଇ ଲାଜାର୍କେ ଆକା ଜର୍ ଅଇରଇଲା । 3 ସେଟାର୍ପାଇଁ ତାର୍ ବଇନିମନ୍ ଜିସୁର୍ ଲଗେ କବର୍ ପାଟାଇଲାଇ, "ମାପ୍ରୁ ତମେ ଜାକେ ଆଲାଦ୍ କଲାସ୍ନି, ସେ ବେସି ଜର୍ ଅଇଲାଆଚେ ।"
4 ମାତର୍ ଜିସୁ ଏ କାତା ସୁନିକରି କଇଲା, "ଏ ଜର୍ ମର୍ବାପାଇ ଅଏ ନାଇ, ମାତର୍ ପର୍ମେସରର୍ ମଇମାର୍ ପାଇ । ସେଟାର୍ ଲାଗି, ତାର୍ ପଅ, ମୁଇ ମିସା ମଇମା ପାଇବି ।"
5 ଜିସୁ, ମାର୍ତା, ତାର୍ ବଇନି ଆରି ଲାଜାର୍କେ ବେସି ଆଲାଦ୍ କର୍ତେରଇଲା । 6 ସେଟାର୍ପାଇଁ ଲାଜାର୍ ନିକ ନ ରଇବା କବର୍ ପାଇ ଜିସୁ ଜନ୍ ଜାଗାଇ ରଇଲା, ସେ ଜାଗାଇ ଆରି ଦୁଇଦିନ୍ ରଇଲା । 7 ତାର୍ ପଚେ ସେ ସିସ୍ମନ୍କେ କଇଲା, "ଆସା, ଆମେ ଆରିତରେକ୍ ଜିଉଦା ଦେସେ ବାଉଡି ଜୁ ।"
8 ସିସ୍ମନ୍ ତାକେ କଇଲାଇ, "ଏ ଗୁରୁ, ତମ୍କେତା କେତେ ଦିନ୍ ଆଗେ, ଲକ୍ମନ୍ ପାକ୍ନା ସଙ୍ଗ୍ ମାର୍ବାକେ ଚେସ୍ଟା କର୍ତେରଇଲାଇ, ତମେ ଆରିତରେକ୍ ତେଇ ଜିବାକେ ମନ୍ କଲାସ୍ନି କି ?"
9 ଜିସୁ କଇଲା "ଗଟେକ୍ ଦିନେ କାଇ ବାର ଗଁଟା ଉଜଲ୍ ନ ରଏ କି ? ଜନ୍ ଲକ୍ମନ୍ ଦିନ୍ବେଲାର୍ ଉଜ୍ଲେ ରଇବାଇ, ସେମନ୍ ଜଟିଆଇ ନ ଅଅତ୍, କାଇକେବଇଲେ ସେମନ୍କେ ଏ ଜଗତର୍ ଉଜଲ୍ ଡିସ୍ସି । 10 ମାତର୍ ରାତିଆ ଇଣ୍ଡ୍ଲେ ଜଟିଆଇ ଅଇବାଇ । କାଇକେବଇଲେ ସେମନର୍ଟାନେ ଉଜଲ୍ ନ ରଏ ।" 11 ଜିସୁ ଏ ସବୁ କାତା କଇଲା ପଚେ, ସିସ୍ମନ୍କେ କଇଲା, "ଆମର୍ ସବୁଲକର୍ ମଇତର୍ ଲାଜାର୍ ଏବେ ସଇଆଚେ, ତାକେ ମୁଇ ଉଟାଇବାର୍ ଗାଲିନି ।"
12 ତେଇ ସିସ୍ମନ୍ ଜିସୁକେ କଇଲାଇ, "ମାପ୍ରୁ, ଜଦି ସେ ସଇଲାଆଚେ ବଇଲେ ନିକ ଅଇସି ।" 13 ଜିସୁ ଲାଜାରର୍ ମରନ୍ ବିସଇ ନେଇକରି କଇରଇଲା, ମାତର୍ ସିସ୍ମନ୍ ଲାଜାର୍କେ ଗୁନର୍ଲାଗି ସଇଲା ବିସଇ କଇଲାନି ବଲି ବାବ୍ଲାଇ । 14 ସେଟାର୍ପାଇଁ ଜିସୁ ସେମନ୍କେ ନିକ ସଙ୍ଗ୍ ବୁଜ୍ଲା ପାରା କଇଲା, "ଲାଜାର୍ ମରିଗାଲାଆଚେ ।