ଜିସୁ ଜିରୁସାଲାମ୍ ପୁର୍ବାଟା
12 ତାର୍ ଆର୍କର୍ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍ମନ୍ ଜିସୁ ଜିରୁସାଲାମ୍ ଆଇଲାନି ବଲି ସୁନ୍ଲାଇ । 13 ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, "ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।"
14 ଆରି ଜିସୁ ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍ତରେ ଲେକାଅଇଲା ଏ ବବିସତ୍ କାତା ସିଦ୍ ଅଇଲା ।
15 "ଏ ସିୟନ୍ ନଅରର୍ ଲକ୍ମନ୍, ତମେ ଡରାନାଇ
ଦେକା, ତମର୍ ରାଜା ଗଟେକ୍ ଗଦ ପିଲାର୍
ଉପ୍ରେ ବସି ଆଇଲାନି ।"
16 ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ । 17 ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ । 18 ସେଟାର୍ପାଇଁ ଲକ୍ମନ୍ ତାକେ ବେଟ୍ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍ମନ୍ କଲାନି ବଲି ସେମନ୍ ସୁନିରଇଲାଇ । 19 ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।"