13 ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । 14 ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ସୁକଲ୍ ଆତ୍ମାର୍ ଦାନର୍ ସପତ୍
15 ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା । 16 ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି ।