8 ପିଲିପ୍ ଜିସୁକେ କଇଲା, "ଏ ମାପ୍ରୁ ଆମ୍କେ ବାବାକେ ଦେକାଇ ଦେ, ସେତ୍କିସେ ଆମର୍ପାଇଁ ବେସି ।" 9 ଜିସୁ ତାକେ କଇଲା, "ପିଲିପ୍ ଏତ୍କି ଦିନ୍ ମୁଇ ତମର୍ ସଙ୍ଗ୍ ରଇଲି, ତୁଇ ମକେ ଚିନି ନାପାର୍ଲୁସ୍ କି ?" ଜେ ମକେ ଦେକ୍ଲା ଆଚେ ସେ ମର୍ ବାବା ପର୍ମେସର୍କେ ଦେକ୍ଲା ଆଚେ । କେନ୍ତି ଆମ୍କେ ତର୍ ବାବାକେ ଦେକାଇ ଦେ ବଲି କଇଲୁସ୍ନି ?