13 ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ । 14 ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ । 15 ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।