7 ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି । 8 ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି । 9 ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ । 10 ଟିକ୍ ଇସାବେ ଚଲାଚଲ୍ତି କର୍ବା ବିସଇ, ଦୁନିଆର୍ ଲକ୍ମନ୍ ବୁଲ୍ ବୁଜିଆଚତ୍ । ମୁଇ ମର୍ ବାବାର୍ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍ । ସେଟା ମୁଇ ମାନ୍ବା ଦରମ୍ ବିସଇ ସାକି ଦେଲାନି । 11 ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।"