11 ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା ! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା । 12 ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
Publicidade
Publicidade