23 ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା । 24 ସେଟାର୍ପାଇଁ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । "ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।" ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । "ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।" ସେଟାସେ ସନିଅମନ୍ କଲାଇ । 25 ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ । 26 ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, "ଏଦେ ଦେକା ! ତର୍ ପଅ !"
27 ତାର୍ ପଚେ ସେ ସିସ୍କେ କଇଲା "ଏଦେ ଦେକା ! ତର୍ ଆୟା !" ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।