3 ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍୩:୩ ଆରିତରେକ୍ ଜନମ୍ ପର୍ମେସରର୍ ଟାନେ ଜାତ୍ ଅଇବାଟା ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
4 ନିକଦିମ ତାକେ ପାଚାର୍ଲା, "ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।"
5 ଜିସୁ ତାକେ କଇଲା, "ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ । 6 ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି । 7 ସେଟାର୍ପାଇଁ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ । 8 ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।"