21 ଜିସୁ ତାକେ କଇଲା, "ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ । 22 ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି । 23 ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।