32 ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି । 33 ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା" ବଲି କଇଲା ।
34 ଲକ୍ମନ୍ ଜିସୁକେ କଇଲାଇ, "ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।"
35 ତାର୍ ପଚେ ଜିସୁ ସେମନ୍କେ କଇଲା, "ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।