5 ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, "ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି ?" 6 ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
7 ପିଲିପ୍ ଜିସୁକେ କଇଲା, "ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ୬:୭ ରୁପାଟାଙ୍ଗାର୍ ଗଟେକ୍ ରୁପାଟାଙ୍ଗାର୍ ମୁଲିଅ ଗଟେକ୍ ଦିନର୍ ଆଜ୍ରିରୁଟି ଗେନ୍ବାକେ ପଡ୍ସି ।"