57 ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି । 58 ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।"