3 ସେଟାର୍ପାଇଁ ଜିସୁର୍ ବାଇମନ୍ ତାକେ କଇଲାଇ, "ତୁଇ ଏ ଜାଗା ଚାଡିକରି ଜିଉଦା ଦେସେ ପରବ୍ କାଇବାର୍ ଜା, ତେବେ ତୁଇ କର୍ବା କାବାଅଇଜିବା କାମ୍ମନ୍ ତର୍ ସିସ୍ମନ୍ ଦେକି ପାରତ୍ ।" 4 ଜେ ଡାକ୍ପୁଟା ବଲି ଜାନାଇ ଅଇବାକେ ମନ୍କଲାନି, ସେ ନିଜର୍ କାମ୍ ଲୁଚାଇକରି ନ ସଙ୍ଗଇ ରଏ । ଜେଡେବେଲା ତମେ ଏସବୁ କରିପାର୍ଲାସ୍ନି ବଇଲେ, ଦୁନିଆର୍ ସବୁଲକ୍ ତମ୍କେ ଜାନ୍ବାଇ । 5 କାଇକେ ବଇଲେ ଜିସୁର୍ ନିଜର୍ ବାଇମନ୍ ମିସା ତାକେ ବିସ୍ବାସ୍ ନ କର୍ତେ ରଇଲାଇ ।