ଜିସୁ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ନିମାନ୍ କଲା
1 ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା । 2 ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, "ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?"
3 ଜିସୁ କଇଲା, "ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ । 4 ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ । 5 ୯:୫ ମାତିଉ ୫:୧୪; ଜଅନ୍ ୮:୧୨ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।"
6 ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା । 7 ଆରି ତାକେ କଇଲା, "ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।" ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।
8 କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, "ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି ?"
9 କେତେ ଲକ୍ମନ୍ କଇଲାଇ, "ଉଁ ଏତାଉ ସେ ଲକ୍ସେ ।" ମାତର୍ ଆରି ଅଦେକ୍ ଲକ୍ କଇଲାଇ, "ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।" ମାତର୍ କାଣା କଇଲା, "ମୁଇସେ ଆଗ୍ତୁ କାଣା ଅଇରଇଲି ।"
10 ଲକ୍ମନ୍ ତାକେ ପାଚାର୍ଲାଇ, "ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି ?"
11 କାଣା ସେମନ୍କେ କଇଲା, "ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।"
12 ଆରି ଲକ୍ମନ୍ ତାକେ କଇଲାଇ, "ସେ କନ୍ତି ଆଚେ ?" ସେ "ମୁଇ ନାଜାନି" ବଲି କଇଲା ।