ଜିସୁ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ନିମାନ୍ କଲା
1 ଦିନେକ୍ ଜିସୁ ଜିବାବେଲେ ଗଟେକ୍ ଜନ୍ମେଅନି କାଣା ରଇଲା ଲକ୍କେ ଦେକ୍ଲା । 2 ଆରି ତାର୍ ସିସ୍ମନ୍ ତାକେ ପାଚାର୍ଲାଇ, "ଏ ଗୁରୁ କେ ପାପ୍ କଲାଇଜେ ଏ ଲକ୍ କାଣାଅଇ ଜନମ୍ ଅଇଲା ? ସେ ନିଜେ କି ତାର୍ ବାବା ମାଆର୍ ପାପର୍ ଲାଗି ?"
3 ଜିସୁ କଇଲା, "ତାର୍ କି ତାର୍ ବାବା ମାଆର୍ କାଇ ପାପ୍ଦସ୍ ନାଇ । ପର୍ମେସରର୍ ବପୁ ତାର୍ଟାନେ ଜାନାପଡ୍ସି ବଲି, ସେ କାଣା ଅଇ ଜନମ୍ ଅଇଲା ଆଚେ । 4 ବେଲ୍ ରଇତେସେ ମକେ ପାଟାଇରଇବା ପର୍ମେସରର୍ କାମ୍ ଆମେ କର୍ବାର୍ ଆଚେ । ଏନ୍ତି ଆନ୍ଦାର୍ ଆଇଲାନି ସେ ବେଲାଇ କେ ମିସା କାଇ କାମ୍ କରି ନାପାରତ୍ । 5 ୯:୫ ମାତିଉ ୫:୧୪; ଜଅନ୍ ୮:୧୨ମୁଇ ଜେତେ ଦିନ୍ ଜାକ ଏ ଦୁନିଆଇ ରଇବି ସେତ୍କି ଦିନ୍ ଜାକ ଏ ଦୁନିଆର୍ ଉଜଲ୍ ।"
6 ଜିସୁ ଏ କାତା କଇଲା ପଚେ, ମାଟିତେଇ ତୁକି ସେ ତୁକ୍ ସଙ୍ଗ୍ କାଦ ଚକଟ୍ଲା । ଆରି ସେ କାଦ ନେଇକରି କାଣାର୍ ଦୁଇଟା ଆଁକିତେଇ ଲିପିଦେଲା । 7 ଆରି ତାକେ କଇଲା, "ତୁଇ ଜା ଆରି ସିଲଅ ନାଉଁର୍ ବନ୍ଦେ ଜାଇକରି ମୁ ଦଇ ଆଉ ।" ସିଲଅର୍ ଅରତ୍ ଅଇଲାନି ପାଟାଇଲାଟା । ତାର୍ ପଚେ ସେ ଲକ୍ ବନ୍ଦେ ଜାଇକରି ମୁ ଦଇଲାଜେ, ଦେକିପାର୍ଲା ଆରି ଆଇଲା ।