13 ମାତର୍ ଦୁତ୍ ତାକେ କଇଲା, "ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ । 14 ସେ ତମର୍ ପାଇ ବେସି ସାର୍ଦା ଆନ୍ସି ଆରି କେତେ କେତେ ଲକ୍ମନ୍ ତାର୍ ଜନମେ ସାର୍ଦା କର୍ବାଇ ।