59 ଆଟ୍ ଦିନ୍ ଗାଲାପଚେ ଲକ୍ମନ୍ ପିଲାର୍ ସୁନତ୍ଟାନେ ଆଇଲାଇ୧:୫୯ ମନସ୍ ପିଲାର୍ ଜଁତର୍ଟାନର୍ ଟିପର ଚାମ୍ କାଟ୍ବାଟା ଅଇଲାନି ସୁନତ୍ ଆରି ତାର୍ ବାବାର୍ ନାଉଁ ଇସାବେ ପିଲାର୍ ନାଉଁ ମିସା ଜିକରିୟ ଦେବାକେ ମନ୍କଲାଇ । 60 ମାତର୍ ଏଲିସାବେତ୍ କଇଲା, "ନାଇ ତାର୍ ନାଉଁ ଜଅନ ଦିଆ ଅ ।" 61 ଲକ୍ମନ୍ ତାକେ କଇଲାଇ "ତମର୍ ବଁସ୍ ବିତ୍ରେ ତା ଏନ୍ତାରି ନାଉଁର୍ ଲକ୍ କେ ମିସା ନାଇ ।" 62 ତେଇ ସେମନ୍ ପିଲାକେ କାଇ ନାଉଁ ଦେଉଁ ବଲି ମନ୍ କଲୁସ୍ନି ? ସେଟା ଜିକରିୟକେ ଆତ୍ ଦେକାଇକରି ପାଚାର୍ବାର୍ ଦାର୍ଲାଇ ।
63 ସେଡ୍କିବେଲେ ଜିକରିୟ ଲକ୍ମନ୍କେ ଗଟେକ୍ ଲେକ୍ବା ପାଟା ମାଙ୍ଗ୍ଲା ଆରି "ଏଦେ ଦେକା ! ତାର୍ ନାଉଁ ଜଅନ୍ !" ବଲି ଲେକ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ । 64 ସେଡ୍କି ଦାପ୍ରେ ଜିକରିୟର୍ ଟଣ୍ଡ୍ ପୁଟ୍ଲା, ସେ ଆରି ତରେକ୍ କାତା ଅଇ ପର୍ମେସର୍କେ ମଇମା କର୍ବାର୍ ଦାର୍ଲା ।