ଜିକରିୟ ବବିସତ୍ବକ୍ତାର୍ କାତା
67 ଆରି ଜଅନର୍ ବାବା ଜିକରିୟ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ପର୍ମେସରର୍ କବର୍ କଇବାର୍ ଦାର୍ଲା ।
68 "ଆସା ଆମେ ଇସ୍ରାଏଲର୍ ମାପ୍ରୁକେ ଦନିଅବାଦ୍ ଦେଉ
କାଇକେବଇଲେ ସେ ତାର୍ ନିଜର୍ ଲକ୍ମନ୍କେ ଦୟାକରି ମୁକ୍ଲାଇସି ।
69 ତାର୍ ନିଜର୍ ଗତିଦାଙ୍ଗ୍ଡା ଦାଉଦର୍ କୁଟୁମେ ଅନି
ଆମର୍ ପାଇ ଗଟେକ୍ ବପୁ ସଙ୍ଗର୍ ଉଦାର୍କାରିଆକେ ଦେଲା ଆଚେ ।
70 ପୁରବ୍ କାଲେଅନି ସୁକଲ୍ ରଇବା ନିଜର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି କାତା ଦେଇ ଜେନ୍ତି କଇରଇଲା,
71 ସେନ୍ତାରି ଆମ୍କେ ଇନ୍ କର୍ବା ସବୁ ସତ୍ରୁମନର୍ ଟାନେଅନି ମୁକ୍ଲାଇ ଆଚେ ।
72 ଜେନ୍ତି ସେ ଆମର୍ ଆନିଦାଦିମନର୍ପାଇ ଦୟା ଦେକାଇଆଚେ, ଆରି ସେମନର୍ ସଙ୍ଗ୍ କରିରଇବା ନିଜର୍ ସୁକଲ୍ ନିୟମ୍ ଏତାଇ ଆଚେ,
73 ଆମର୍ ପୁର୍ବର୍ ବାବା ଅବ୍ରାଆମ୍କେ ଜନ୍ କାତା ଦେଇରଇଲା ।
74 ଆରି ଜେନ୍ତାରିକି ସତ୍ରୁର୍ ଆତେଅନି ଉଦାର୍ ପାଇ ଆଚୁ ।
75 ଜେନ୍ତାରିକି ଆମେ ଜିବନ୍ସାରା ଦରମ୍ ସଙ୍ଗ୍, ସୁକଲ୍ ସଙ୍ଗ୍ ତାର୍ ସେବା କର୍ବାକେ, ଆମ୍କେ ଦୟା କର୍ସି ।
76 ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
77 ପାପ୍ଟାନେଅନି କେମା ପାଇକରି ଜେନ୍ତି କି ଉଦାର୍ ଅଇବାଇ, ସେ କାତା ଜାନାଇବାକେ ଜାଇସୁ ।
78 ଆମର୍ ପାଦ୍ ସାନ୍ତିର୍ ବାଟେ ଆନ୍ବାକେ, ଆମର୍ ପର୍ମେସରର୍ ଆଲାଦର୍ ଦୟାର୍ଲାଗି, ଆମର୍ପାଇଁ ସର୍ଗେଅନି ବେଲ୍ ତାରାସ୍ସି ।
79 ସେ ପୁରାପୁରୁନ୍ ଆଲାଦର୍ ଦୟାର୍ଲାଗି ମାପ୍ରୁର୍ ଲକ୍ମନ୍କେ, ସେମନର୍ ପାପ୍ଟାନେଅନି ମୁକ୍ଲାଇବା ଗିଆନ୍ ଦେଇସୁ । ତାର୍ ବାଟ୍ ତିଆର୍ କର୍ବାକେ ମୁଲିଆଇସୁ ।"