30 ଜିସୁ ତାକେ କଇଲା, ଗଟେକ୍ ଲକ୍ ଜିରୁସାଲମେଅନି ଜିରିଅ ଜିବାବେଲେ ଚର୍ମନର୍ ମୁଆଟେ ପଡ୍ଲା । ଚର୍ମନ୍ ତାର୍ ଲୁଗାପଚିଆ ଚାଡାଇ, ତାକେ ମାର୍ଲାଇ ଆରି ମରିଗାଲାପାରା ଅଇଲାକେ ଚାଡି ଉଟିଗାଲାଇ । 31 ସେଟା ଅଇସାରି କେତେପର୍ ଜିବାକେ ଗଟେକ୍ ପୁଜାରି ସେ ବାଟେ ଜାଇତେରଇଲା ଆରି ତାକେ ଦେକି, ବାଟ୍ ପିଟାଇଅଇ ଉଟିଗାଲା । 32 ସେନ୍ତାରିସେ ଗଟେକ୍ ଲେବିୟ ଲକ୍ ମିସା ସେ ଜାଗାଇ ଆସି ତାକେ ଦେକି ବାଟ୍ ପିଟାଇଅଇ ଉଟିଗାଲା । 33 ମାତର୍ ସମିରଣିୟର୍ ଗଟେକ୍ ଲକ୍ ତାର୍ଲଗେ ଆସି, ଦେକ୍ଲା ଆରି ବେସି ମନ୍ଦୁକ୍ କଲା । 34 ଆରି ତାର୍ଲଗେ ଜାଇ ମାଡ୍ଅଇ କଣ୍ଡିଆ ବଣ୍ଡିଆ ଅଇଲାଟାନେ, ଚିକନ୍ ଆରି ଆମଟ୍ ଅଙ୍ଗୁର୍ରସ୍ ଲାଗାଇଦେଲା । ତାକେ ଗର୍ଣ୍ଡା ବାନ୍ଦି, ଗଦଉପ୍ରେ ବସାଇ, ଲକ୍ମନ୍ ବସି ମିଟିଙ୍ଗ୍ କର୍ବା ଗରେ ନେଇ ସେବାଜତନ୍ କଲା । 35 ତାର୍ ଆର୍କର୍ ଦିନେ ସିମରଣିୟ ଲକ୍ ଦୁଇଟା ରୁପାଟାଙ୍ଗା ବାର୍କରାଇ, ମିଟିଙ୍ଗ୍ ଗରର୍ ମୁକିଆକେ ଦେଇ କଇଲା, "ଆର୍ ସେବା ଜତନ୍ କରା, ଆରି ଅଦିକ୍ କର୍ଚ ଅଇଲେ, ସେଟା ମୁଇ ବାଉଡିଆଇବା ବେଲେ ତମ୍କେ ସୁଜିଦେବି ।"
36 ଏ ତିନ୍ଲକର୍ ବିତ୍ରେଅନି କେ ଚର୍ମନର୍ ଟାନେ ମାଡ୍କାଉ ଲକର୍ ପଡିସାର୍ ଲକ୍ ବଲି ବାବ୍ଲୁସ୍ନି ?
37 ସାସ୍ତର୍ ସିକାଉ କଇଲା, "ଜନ୍ ଲକ୍ ତାକେ ଦୟାକଲା, ସେ ଆକା ।" ଜିସୁ ତାକେ କଇଲା, "ଜା ତୁଇ ମିସା ସେନ୍ତାରି କର୍ ।"