11 "ଆରି ତମର୍ ବିତ୍ରେ ଏନ୍ତାରି ବାବା କେ ଆଚେ, ଜେ କି ଜନ୍ ବାବାକେ ତାର୍ ପଅ ମାଚ୍ ମାଙ୍ଗ୍ଲେ, ତାକେ ମାଚ୍ ନ ଦେଇ ସାଁପ୍ ଦେଇସି ? 12 କି ଗାର୍ ମାଙ୍ଗ୍ଲେ, ସେ ତାକେ ବିସ୍କାକ୍ଡା ଦେଇସି ? 13 ତେବେ ତମେ କରାପ୍ ଲକ୍ ଅଇଲେ ମିସା, ନିଜର୍ ନିଜର୍ ପିଲାମନ୍କେ ନିକ ନିକ ବିସଇ ଦେବାର୍ ଜାନାସ୍ । ତେବେ ଜନ୍ ବାବା ସର୍ଗେଅନି ଦାନ୍ କଲାନି, ସେ ଜାନେ, ସେ ତାକେ ମାଙ୍ଗ୍ବା ଲକ୍କେ କେତେକ୍ ଅଦିକ୍ ସୁକଲ୍ ଆତ୍ମା ଦେଇସି !"